ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଆସନ୍ତା ମାସରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଚାଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେଠାରେ ସେ ନିଜର ଡେବ୍ୟୁ ଫିଲ୍ମ ‘ଲାଇନ୍ସ’ର ଫାଷ୍ଟ ଲୁକ୍ ରିଲିଜ୍ କରିବେ। ହୁସେନ ଖାନ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏ ସଂପର୍କରେ ହିନା କହିଛନ୍ତି ଯେ, ଗତ କିଛି ବର୍ଷ ହେଲା କାର୍ଯ୍ୟବ୍ୟସ୍ତତା ପାଇଁ କୌଣସି ଫିଲ୍ମ ଫେଷ୍ଟିଭାଲରେ ଅଂଶବିଶେଷ କରିପାରିନଥିଲେ।

ଏଥରକ ସେ କାନ୍ସରେ ନିଜର ଫିଲ୍ମକୁ ପ୍ରେଜେଣ୍ଟ କରିବାକୁ ସେ ଯୋଜନା କରିଛନ୍ତି । ଫିଲ୍ମଟି ଜଣେ ସାଧାରଣ ଯୁବତୀଙ୍କର କାହାଣୀକୁ ନେଇ ନେଇ ତିଆରି ହୋଇଥିବାବେଳେ ଦର୍ଶକଙ୍କୁ ତାହା ପସନ୍ଦ ଆସିବ ବୋଲି ପୂରା ଟିମ୍ ଆଶାବାଜୀ ଅଛନ୍ତି।

ହୀନା ଏ ରିସ୍ତା କ୍ୟା କେହଲାତା ହୈରୁ ଅଭିନୟ ଆରମ୍ଭ କରିଥିବା ହୀନା ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିସାରିଛନ୍ତି। ହୀନା ଏବେ କସୌଟି ଜିନ୍ଦେଗି-୨ରରେ କମୋଲିକା ଭୂମିକାର ଅଭିନୟ କରୁଛନ୍ତି। ଏହି ସିରିୟଲରେ ହୀନା ପ୍ରଥମଥର ଲାଗି ନେଗେଟିଭ୍ ରୋଲ ପ୍ଲେ କରୁଛନ୍ତି। ଯାହା ଦର୍ଶକଙ୍କୁ ପସନ୍ଦ ଆସୁଛି। ତେବେ ଶୁଣିବାକୁ ମିଳୁଛି ନିକଟରେ ସେ ନିଜ ଫିଲ୍ମପାଇଁ ସିରିୟଲ ଛାଡ଼ିପାରନ୍ତି।

Comment