ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ସୁନ୍ଦରତା ଲାଗି ଅନେକ ସମୟରେ ଲାଇମଲାଇଟରେ ରହିଥାନ୍ତି। ତେବେ ପ୍ରିୟଙ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ପୂରା ହଟକେ ଅନ୍ଦାଜରେ ଆସିଥିଲେ।

ପ୍ରିୟଙ୍କା ଯେତେବେଳେ ରେଡ୍ କାର୍ପେଟରେ ଆସିଥିଲେ, ସେତେବେଳେ ଯେମିତି ସମସ୍ତଙ୍କ ନଜର ପ୍ରୟଙ୍କାଙ୍କ ଉପରେ ହିଁ ଅଟକିଯାଇଥିଲା।

ପ୍ରିୟଙ୍କା ପ୍ରଥମଥର ଲାଗି କାନ୍ସ ଫିଲ୍ମ ଫେଷ୍ଟିବାଲରେ ଭାଗନେଇଛନ୍ତି ଆଉ ପିସିଙ୍କ ଡେବ୍ୟୁ ଏଣ୍ଟ୍ରି ପୂରା ଧମାକେଦାର ହୋଇଛି।

ଏଥିରେ ପ୍ରିୟଙ୍କା ବ୍ଲାକ ଓ ଗୋଲ୍ଡ କଲରର ଗାଉନ ପିନ୍ଧିଥିଲେ। ଏହାସହିତ ଲିପଷ୍ଟିକ୍, ସିଲଭର କଲରର ଇଅର ରିଙ୍ଗ ଓ ଡାଇମଣ୍ଡ ମୁଦିସହ ସେ ନିଜର ମେକଅପକୁ କମ୍ପଲିଟ୍ କରିଛନ୍ତି।

ପ୍ରିୟଙ୍କା ଏମିତି ଫଙ୍କସନରେ ନିଜ ପତି ନିକ୍ ଜୋନସଙ୍କ ସହିତ ଆସିଥାନ୍ତି ମାତ୍ର କାନ୍ସରେ ପ୍ରିୟଙ୍କା ଏକା ଡେବ୍ୟୁ କରିଛନ୍ତି।

ପ୍ରିୟଙ୍କା ଲୁକ୍ ଅନେକଙ୍କୁ ପସନ୍ଦ ଆସିଛି ବିଶେଷକରି ତାଙ୍କ ସ୍ମାଇଲ୍ ପାଖରେ ଯେମିତି ସମସ୍ତେ ଟିକେ ସମୟଲାଗି ଅଟକିଯାଇଥିଲେ।

କାନ୍ସକୁ ଆସିବାର କିଛିଦିନ ଆଗରୁ ପ୍ରିୟଙ୍କାଙ୍କ ନିଜ ମେଟାଗାଲା ଲୁକକୁ ନେଇ ଅନେକ ଚର୍ଚ୍ଚା ରହିଥିଲେ। ଆଉ ଏବେ ଏହି ଲୁକ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment