ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଲାମ ହୋଇଛି ବିଶ୍ବର ସବୁଠୁ ବଡ଼ ହୀରା। ମଙ୍ଗଳବାର ଏହି ହୀରାକୁ ଜେନେଭାରେ ନିଲାମ କରାଯାଇଛି। କ୍ରୀଷ୍ଟ କମ୍ପାନି ୧୬୩.୪୧ କ୍ୟାରେଟ ହୀରାକୁ ୨୨୦.୪୯ କୋଟି ଟଙ୍କାରେ ନିଲାମ କରିଛି।

ହୀରାର ରଙ୍ଗକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି। ନିଲାମ ହୋଇଥିବା ହୀରା ‘ଡି’ କଲରର ବୋଲି କ୍ରୀଷ୍ଟ କମ୍ପାନି କହିଛି। ଡି କଲରକୁ ସବୁଠୁ ଭଲ ହୀରା ବୋଲି କୁହାଯାଉଛି। ଏହି ହୀରା ଦ ଆର୍ଟ ଅଫ୍ ଗ୍ରୀସୋଗୋନୋ ନାମକ ହୀରାରେ ଖଚିତ ହୋଇଥିଲା।

କ୍ରିଷ୍ଟ କମ୍ପାନିର ଅନ୍ତର୍ଜାତୀୟ ରତ୍ନ ବିଭାଗର ମୁଖ୍ୟ ରାହୁଲ କଡକିୟା କହିଛନ୍ତି, “ଏହି ହୀରା ଏକ ନୂଆ ବିଶ୍ବ କୀର୍ତ୍ତିମାନ ରଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଡି କଲରର ହୀରା ନିଲାମ କରାଯାଇଛି ସେଥିମଧ୍ୟରୁ ଏହି ହୀରା ଅଧିକ ଦାମରେ ନିଲାମ କରାଯାଇଛି।”

୨୦୧୬ ଫେବୃୟାରୀ ମାସରେ ଏଙ୍ଗୋଲାର ଲୁଲୋ ଖାଁ ଏହାକୁ ପାଇଥିଲେ। ସେ ସମୟରେ ଏହାର ଓଜନ ୪୦୪ କ୍ୟାରେଟ୍ ଥିଲା। ଯେତେବେଳେ ଏହାକୁ ଏକ ଆକାର ଦିଆଗଲା ସେତେବେଳେ ଏହାର ଓଜନ ୧୬୩.୪୧ କ୍ୟାରେଟ ହୋଇଗଲା।

Comment