ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ଯୋଗୁଁ ଘରେ ରହି ବିରକ୍ତ ହେଉଥିବା ଲୋକଙ୍କ ପାଇଁ ନରେନ୍ଦ୍ର ମୋଦୀ ସରକାର ଦୁଇଟି ମେଗା ସିରିଏଲ ‘ରାମାୟଣ ଓ ମହାଭାରତ’କୁ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତକାଲି  ଶନିବାର ସକାଳ ୯ଟାରେ  ଡି ଡି ନ୍ୟାସନାଲରେ ରାମାୟଣ ପ୍ରସାରିତ ହୋଇଥିଲା।

ଆଶ୍ଚର୍ଯ୍ୟର ବିଷୟ ହେଲା ଆଜିର ଏହି  ନେଟଫ୍ଲିକ୍ସ ଯୁଗରେ ବି  ଏହି ପୌରାଣିକ କାହାଣୀକୁ ଆଧାର କରି ହୋଇଥିବା ସିରିଏଲର ଲୋକପ୍ରିୟତା ରହିଛି। ଶନିବାର ଦିନ କରୋନା ପାଇଁ ରାସ୍ତା ଉପରକୁ ଆସୁ ପାରୁନଥିବା ଲୋକେ ଏହି ସିରିଏଲକୁ ଖୁବ ଉପଭୋଗ କରିବା ଦେଖାଯାଇଥିଲା।

ଏହି ମେଗା ସିରିଏଲ ଯେତେବେଳେ ପ୍ରସାରିତ ହେଉଥିଲା ରବିବାର ଦିନ ସକାଳ ସାଢ଼େ ୯ଟାରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ରାସ୍ତା ଘାଟ ଶୂନଶାନ ହୋଇ ଯାଉଥିଲା ଓ ଘରେ ମହିଳାମାନେ ରୋଷେଇ ଛାଡ଼ି ଟିଭି ସେଟ ପାଖରେ ଆସି ବସି ଯାଉଥିଲେ।

ରାମାୟଣ ସିରିଏଲ ୧୯୮୭-୮୮ରେ ପ୍ରସାରିତ ହୋଇଥିଲା। ମହର୍ଷି ବାଲ୍ମୀକି ଓ ତୁଳସୀଦାସଙ୍କ ମୂଳ ରାମାୟଣକୁ ଭିତ୍ତି କରି ରାମାନନ୍ଦ ସାଗରଙ୍କ ଦ୍ୱାରା ଏହି ଧାରାବାହିକକୁ ନିର୍ମାଣ କରାଯାଇଥିଲା। ଅରୁଣ ଗୋଭିଲ ରାମ, ଦାରା ସିଂହ ହନୁମାନ, ଦୀପିକା ଚିଖାଲିଆ ସୀତା ଓ ଅରବିନ୍ଦ ତ୍ରିବେଦୀ ରାବଣ ଭୂମିକାରେ ଅଭିନୟ କରିଥିଲେ।

Comment