ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମିତି ଏକ ଘଟଣା, ଯାହା ଶୁଣିଲେ ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ, ତାହା ଶୁଣିଲେ ସମସ୍ତେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ।

ଠିକ ଏହିପରି ହିଁ କିଛି ଘଟଣା ଘଟିଛି ଅଷ୍ଟ୍ରେଲିଆର ଜଣେ ଦମ୍ପତ୍ତିଙ୍କ ସହ। ଅଷ୍ଟ୍ରେଲିଆର ଏହି ଦମ୍ପତ୍ତି ଏକ ସେକେଣ୍ଡ ହ୍ୟାଣ୍ଡ ବୋର୍ଡ ଗେମ୍ କିଣିଥିଲେ।

ଯେତେବେଳେ ସେ ଏହି ପ୍ୟାକେଟକୁ ଖୋଲିଥିଲେ, ସେତେବେଳେ ପ୍ୟାକେଟ ଭିତରେ ଥିବା ଜିନିଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ୟାକେଟ ଭିତରେ ପାଖାପାଖି ୧୩ ଲକ୍ଷ ଟଙ୍କାର ହୀରାର ମୁଦି ମିଳିଥିଲା।

୨୭ ବର୍ଷୀୟ କ୍ରିସ ଲାଇଟଫୁଟ ଏବଂ ତାଙ୍କ ବାନ୍ଧବୀ ମେଣ୍ଡି ଫ୍ଲେକଙ୍କ ସହ ଏହି ଘଟଣା ଘଟିଛି। ଏହି ଦମ୍ପତ୍ତି ନିକଟରେ ସିଡନୀ ଠାରୁ ଟୋରଣ୍ଟୋ ଆସିଛନ୍ତି। ତେବେ ଏହି ଘଟଣା ଭାଇରାଲ ହେବା ପରେ ହୀରାର ଅସଲି ମାଲିକ ସେମାନଙ୍କ ସହ ସମ୍ପର୍କ କରିଛନ୍ତି।

ହୀରାକୁ ଫେରାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଦମ୍ପତ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତ୍ତି ପ୍ରିନ୍ସ ଏଡବର୍ଡ ଆଇଲ୍ୟାଣ୍ଡରେ ବୁଲୁଥିବା ସମୟରେ ଏହି ବୋର୍ଡ ଗେମଟିକୁ କିଣିଥିଲେ। ଏହି ପ୍ୟାକେଟ ଭିତରୁ ସେମାନଙ୍କୁ ୬ଟି ହୀରାର ମୁଦି ମିଳିଥିଲା।

Comment