ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ନବ ଉତ୍କଳର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜି ସକାଳେ କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ  ଯୋଗଦେଇ ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧି ପୀଠ ଓ କ୍ୟାଣ୍ଟନମେଣ୍ଟ ଛକଠାରେ ମଧୁସୂଦନ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କରିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ  କରାଯାଇଥିଲା।  ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ, ସହକାରୀ ସୂଚନା ଅଧିକାରୀ  ଗିରୀଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

?

ସୁନାଦୁବ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ

ସାମାଜିକ ଅନୁଷ୍ଠାନ ‘ସୁନାଦୁବ’ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସନ୍ୟାସିନୀ ବିଦ୍ୟୁତ କୁମାରୀ ଲାଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଷମା ବାରିକ, ମଞ୍ଜୁଲତା ଜେନା, ସୁକାନ୍ତି ମହାନ୍ତି, ଶୁଭ୍ରାଂଶୁ ମିଶ୍ରଙ୍କ ସମେତ ବସନ୍ତ କୁମାରୀ ନନ୍ଦ, ବନଲତା ସିଂହ, ଉତ୍ତମ ଚରଣ ପ୍ରଧାନ, ଗୋବିନ୍ଦ ଚାନ୍ଦ, ଭୁବନାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ

କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ନୀଳଚକ୍ର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ଗୋରାକବରସ୍ଥ ସମାଧି ପୀଠରେ ମାଲ୍ୟାର୍ପଣ ପରେ କ୍ୟାଣ୍ଟନମେଣ୍ଟ ରୋଡ଼, ଶୈଳବାଳା ମହାବିଦ୍ୟାଳୟ ସମେତ କଟକରେ ଥିବା ମଧୁସୂଦନଙ୍କ ସମସ୍ତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍କଳ ସମ୍ମିଳନୀ କଟକ ଜିଲ୍ଲା ସଭାପତି ଡାକ୍ତର ରବି ରଞ୍ଜନ ସାହୁ, ନୀଳଚକ୍ର ପକ୍ଷରୁ ଡାକ୍ତର ନିଳାଦ୍ରୀ ପଣ୍ଡା, ରମାକାନ୍ତ ମହାପାତ୍ର, ବ୍ରଜ ନନ୍ଦ, ସତ୍ୟବ୍ରତ ପ୍ରଧାନ, ରଞ୍ଜନ ମହାନ୍ତି,  ଭରତ ପାତ୍ର, ଦୀପକ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

Comment