ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୋଟ ଦେଲେ ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ। ପାଟକୁରା ସାନଅଢ଼ଙ୍ଗ ଏମ୍‌ଇ ସ୍କୁଲ୍‌ ବୁଥ୍‌ ନମ୍ବର ୨୩୦ରେ ଅତନୁ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଚଳିତ ନିର୍ବାଚନରେ ମହାକାଳପଡ଼ାରେ ହେବ ତ୍ରିମୁଖୀ ଲଢ଼େଇ। ଅତନୁଙ୍କ ବିପକ୍ଷରେ ବିଜେପି ବିଜ଼ୟ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବିଭ୍ରାଂଶୁ ଲେଙ୍କାଙ୍କୁ ପ୍ରାର୍ଥୀ କରିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମହାକାଳପଡ଼ାରୁ ଏହି ତିନି ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

ଆଜି ସାରା ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ଲାଗି ୫୨ଜଣ ପ୍ରାର୍ଥୀ ଏବଂ ୪୧ ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା।

Comment