ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଗୁଜୁରାଟର ଅହମ୍ମଦାବାଦରେ ନିଜର ମତସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ। ଅହମ୍ମଦାବାଦର ରାଇସାନ ବୁଥରେ ଭୋଟ ଦେଇଛନ୍ତି ମୋଦିଙ୍କ ମା’। ବୁଥରେ ସେ ଭୋଟ ଦେଇଛନ୍ତି। ହୀରାବେନ ଭୋଟ ଦେବା ପୂର୍ବରୁ ନିଜ ପୁଅ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଶିର୍ବାଦ ଦେଇଥିଲେ।

ମୋଦି ଭୋଟ ଦେବା ଆଗରୁ ଅହମ୍ମଦାବାଦ ସ୍ଥିତ ବାସଭବନକୁ ଯାଇ ମାଙ୍କୁ ସାକ୍ଷାତ କରିଥିଲେ। ସେଠାରେ ମା’ଙ୍କ ସହ କିଛି ସମୟ ବିତାଇବା ସହ ମୋଦି ମାଙ୍କ ହାତରୁ ମିଠା ଖାଇଥିଲେ। ହୀରାବେନ ମୋଦିଙ୍କୁ ଆଶିର୍ବାଦ କରିଥିଲେ। ତାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୋଦିଙ୍କୁ ଦେଖିବାଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ଗୁଜୁରାଟରେ ମତଦାନ ଶେଷ ହେଉଛି।

Comment