ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକାକରଣରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ସାଜିଥିବା ଟିକାକରଣ ଆଜି  ୧୦୦ କୋଟି ଡୋଜ୍‌ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗୁରୁବାର ଟିକାକରଣ କ୍ଷେତ୍ରରେ ଇତିହାସ ରଚି ଅନ୍ୟ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଭାରତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସମସ୍ତ ଟିକା ପ୍ରସ୍ତୁତକାରୀ କମ୍ପାନିକୁ ମୋଦୀ ଧନ୍ୟବାଦ ଦେଇଛନ୍ତି।

କରୋନା ଟିକାକରଣ ୧୦୦ କୋଟି ଟପିବା ଅବସରରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଲୋକପ୍ରିୟ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ୍ ଫିଲ୍ମ ଲଞ୍ଚ କରିବେ।

୨୦୨୦, ଜାନୁଆରି ୧୬ ଭାରତରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ କୋଭିଡ ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ, ତା’ପରେ ବୟସ୍କ ଏବଂ ପର୍ଯ୍ୟାୟ କ୍ରମେ ୧୮ରୁ ୨୪ ବର୍ଷୀୟଙ୍କୁ ଟିକା ଦିଆଯାଇଥିଲା।

Comment