ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ ହେବାକୁ ଥିବା ଟିକାକରଣକୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ। ଅପହରା୍‌ଣ ୪ଟା ବେଳେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସାରାଦେଶରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପୂର୍ବାଭ୍ୟାସ୍ ବା ଡ୍ରାଏ ରନ ସରିଛି। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ ଟିକାକରଣ। ଦେଶରେ ଏଥିପାଇଁ ୫ ହଜାର ଟିକାକରଣ କେନ୍ଦ୍ର ଖୋଲାଯାଇଛି।  ପ୍ରତି ଟିକା କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

ଏହାସହିତ ଏ ସବୁର ସୁପରିଚାଳନା ଲାଗି ପ୍ରଧାନମନ୍ତ୍ରୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଟିକା ପହଞ୍ଚିବା କ୍ଷଣି ତୁରନ୍ତ ଟିକାକରଣର ବ୍ୟବସ୍ଥା କେମିତ କରିବେ ଏବଂ ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକରେ କ’ଣ ସବୁ ବ୍ୟବସ୍ଥା କରାଯାଇଛି ଏହାପରେ ବିଚାର ବିମର୍ଷ ହୋଇପାରେ। 

Comment