ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିବଙ୍ଗରେ କାମ ଦେଲାନି କି ମୋଦୀ ଏବଂ ଶାହଙ୍କ ମନ୍ତ୍ର? ପୁଣିଥରେ ଗଡ଼ରେ ଚାଲିବ କି ଦିଦିଙ୍କ ଶାସନ? ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ବିଜେପିକୁ ପଛରେ ପକାଇ ୨୦୮ ଆସନରେ ଆଗରେ ରହିଛି ଟିଏମ୍‌ସି। ସେପଟେ ବିଜେପି ୮୧ ଆସନରେ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଲିଡ୍ କରୁଛି।

ଅନ୍ୟପଟେ ସମସ୍ତଙ୍କ ନଜରରେ ରହିଛି ନନ୍ଦିଗ୍ରାମର ନିର୍ବାଚନୀ ଫଳାଫଳ। କିଏ ସେଠାରେ ଶାସନଭାର ହାତକୁ ନେବ, ସେନେଇ ଚାଲିଛି ଅଙ୍କକଷା। ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଏପର୍ଯ୍ୟନ୍ତ ଶହେ ଆସନ ଛୁଇଁ ନଥିବାବେଳେ, ଟିଏମସି ନେତାମାନେ ବିଜୟ ଶୋଭାଯାତ୍ରା ଆରମ୍ଭ କରିସାରିଲେଣି।

କୋଲକାତାର ଅନେକ ସ୍ଥାନରେ ବାଣ ଫୁଟାଇ କର୍ମୀମାନେ ନାଚୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ କିଛି ଦଳୀୟ କର୍ମୀ ଦେହରେ ରଙ୍ଗ ବୋଳି, ସେଲ୍‌ଫି ନେଇ ବିଜୟ ଶୋଭାଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ପଶ୍ଚିମବଙ୍ଗରେ ବିଧାନସଭାର ୨୯୪ଟି ଆସନରୁ ୨୯୨ ଆସନ ପାଇଁ ଭୋଟ ହୋଇଥିଲା। ସେଠାରେ ସରକାର ଗଠନ ପାଇଁ ୧୪୭ ଆସନର ଆବଶ୍ୟକତା ଥିବାବେଳେ, ଦିନ ୨.୩୬ସୁଦ୍ଧା ଟିଏମସି ୨୦୮ ଆସନରେ ଆଗରେ ରହିଛି।

Comment