ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶକୁ ପୁଣିଥରେ ଫେରିଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୂତାବକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

“କରୋନା କାଳରେ ଲୋକଙ୍କୁ ଭୟଭୀତ ନକରି, ସଚେତନ କରିବା ଦରକାର। ଜରୁରୀ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସେହି ଅଞ୍ଚଳର ସଂକ୍ରମଣକୁ ରୋକିବା ଆବଶ୍ୟକ। ଦେଶର ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ ବଢ଼ାଯାଉ” କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ୟୁପି ଅଞ୍ଚଳରେ ୧୦ପ୍ରତିଶତ କରାନା ଟିକା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଯେଭଳି ଏ ଟିକା ନଷ୍ଟ ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆରଟିପିସିଆର ଟେଷ୍ଟ ଯେତିକି ବଢ଼ିବ, କରୋନା ସଂକ୍ରମଣ ବୃଦ୍ଧିକୁ ସେତିକି ରୋକାଯାଇପାରିବ। ଏଥିସହ ଟିକାକରଣ କେନ୍ଦ୍ର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ମହାରାଷ୍ଟ୍ର, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟମାନଙ୍କରେ ଗତ କିଛିଦିନ ହେବ କରୋନା ପଜେଟିଭ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଚିନ୍ତାପ୍ରକଟ କରିବା ସହ, ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ, ସେ ବିଷୟରେ ଆଲୋଚନା କରିଛନ୍ତି। ଯଦି ଏବେଠାରୁ ଏହାକୁ ରୋକା ନଯାଏ, ତେବେ ଆଗାମୀ ଦିନରେ ଏହା ସମଗ୍ର ଦେଶରେ ପ୍ରଭାବ ପକାଇପାରେ ବୋଲି ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

LEAVE A REPLY

Please enter your comment!
Please enter your name here