ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟିକାକରଣରେ ୫୦ ବର୍ଷରୁ ଅଧିକ ବୟସ୍କ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇପାରନ୍ତି। ଏନେଇ ଆଜି କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ହେଉଛି।

ତେବେ ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ଦେଶର ବହୁ ନେତା ମନ୍ତ୍ରୀ ସାଂସଦ, ବିଧାୟକ ଟିକାକରଣରେ ସାମିଲ ହେବେ। କାରଣ ଏକ ସର୍ଭେ ଅନୁସାରେ ଦେଶର ବହୁ ବଡ଼ ବଡ଼ ନେତାଙ୍କ ବୟସ ପ୍ରାୟ ୫୦ ପରେ।

ଦେଶରେ ଏବେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି। ସାରାଦେଶରେ ଏବେ ସୁଦ୍ଧା ପ୍ରାୟ ୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଗଲାଣି। ଏହି ପର୍ଯ୍ୟାୟରେ ମୋଟ ୩ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଏପ୍ରିଲ ମାସରୁ ଆରମ୍ଭ ହୋଇପାରେ। ୫୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କାରିସାରିଛନ୍ତି।

ସେହିପରି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସେନା କର୍ମଚୀରୀ, ଅର୍ଦ୍ଧସାମରିକ ବଳ ଏବଂ ଯବାନଙ୍କୁ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି ।

Comment