ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପଞ୍ଜାବର ଗୁରୁଦାସପୁର ଲାଗି ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ସନ୍ନି ଦେଓଲ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିଛନ୍ତି। କିଛି ଦିନ ପୂର୍ବରୁ ହିଁ ସନ୍ନି ବିଜେପିରେ ସାମିଲ ହୋଇଥିଲେ।

ବିଜେପିରେ ସାମିଲ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ।

ଚଳିତବର୍ଷ ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ସୁନୀଲ ଜାଖଡ଼ଙ୍କୁ ପ୍ରାର୍ଥୀ କରିଛି।

୨୨ ଏପ୍ରିଲରେ ସନ୍ନି ଦେଓଲ ବିଜେପିରେ ସାମିଲ ହୋଇଥିଲେ। ଗୁରୁଦାସପୁର ଲୋକସଭା ସିଟରୁ କଂଗ୍ରେସ ସୁନୀଲ ଜାଖଡ଼ ପ୍ରାର୍ଥୀ ହୋଇଛନ୍ତି।

୧୯୮୦ରେ ଗୁରୁଦାସପୁର ଆସନରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ଆସନ ପାଇଁ ବିଜେପି କାହାକୁ ପ୍ରାର୍ଥୀ ଭାବେ ଛିଡା କରିପାରିନଥିଲା। କିନ୍ତୁ ୧୯୮୫ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀ ବଳଦେବ ପ୍ରକାଶ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରଠାରୁ ସମସ୍ତ ଲୋକସଭା ନିର୍ବାଚନରେ ବିଜେପି ଦମ୍ ଦେଖା ଥିଲେ ମଧ୍ୟ ସଫଳତା ହାସଲ କରିପାରି ନାହିଁ।

୧୯୯୮ରେ ପ୍ରଥମ ଥର ପାଇଁ ବିନୋଦ ଖାନ୍ନା ଗୁରୁଦାସପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହି ଲଢ଼େଇରେ କଂଗ୍ରେସର ବରିଷ୍ଠ ନେତା ଖୁସବଂଶ କୌର ଭିଣ୍ଡରଙ୍କୁ ସେ ପରାସ୍ତ କରିଥିଲେ। ଏଡା ପୂର୍ବରୁ ଭିଣ୍ଡର ଲଗାତାର ୫ ଥର ଏହି ଆସନରୁ ନିର୍ବାଚନ ଜିତିଥିଲେ। କିନ୍ତୁ ବିନୋଦ ଖାନ୍ନା ୧୯୯୮ରେ ପ୍ରଥମ ଥର ପାଇଁ ଏହି ଆସନରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ।

ବିନୋଦ ଖାନ୍ନା ଲଗାତାର ତିନି ଥର ୧୯୯୮, ୧୯୯୯ ଏବଂ ୨୦୦୪ରେ ଗୁରୁଦାସପୁରରେ ବିଜେପି ସାଂସଦ ଭାବେ ନିର୍ବାଚନ ଜିତିଥିଲେ। ୨୦୧୭ରେ ବିନୋଦ ଖାନ୍ନାଙ୍କ ପରଲୋକ ପରେ  ଏହି ଆସନରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସବର୍ଣ୍ଣ ସିଂହ ସଲାରିଆ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ।

ବିନୋଦ ଖାନ୍ନା ନିର୍ବାଚନ ଲଢ଼ିବା ସହିତ ରାଜନେତାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଥିଲା। ସେହିପରି ନିର୍ବାଚନୀ ମୈଦାନରେ ସନ୍ନି ଦେୱଲ ତାଙ୍କ ଛବିରେ କେତେ ସୁଧାର ଆଣିପାରିବେ ତାହା ଏବେଠୁ କହିବା ମୁସ୍କିଲ ହେବ।

Comment