ଓଡ଼ିଶାଲାଇଭ ବ୍ୟୁରୋ

ଆଶରାମ ବାପୁଙ୍କ ପୁଅ ନାରାୟଣ ସାଇକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ସୁରତର ସେସନ୍ସ କୋର୍ଟ। ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ଆଜୀବନ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଗତ ୧୧ ବର୍ଷ ପୂର୍ବରୁ ନାରାୟଣ ସାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗତ ଏପ୍ରିଲ ୨୬ ତାରିଖରେ ସୁରତ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।  ନାରାୟଣ ସାଇ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୩୦ ତାରିଖରେ ନାରାୟଣ ସାଇଙ୍କୁ ଦଣ୍ଡବିଧାନ କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ।

୨୦୧୩ରେ ସୁରତର ଦୁଇ ଭଉଣୀ ପୁଲିସ୍‌ ନିକଟରେ ହାଜର ହୋଇ ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୂର୍ବରୁ ଯୋଧପୁର କୋର୍ଟ ଆଶାରାମଙ୍କ ମାମଲାର ଶୁଣାଣି କରି ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here