ଓଡ଼ିଶାଲାଇଭ୍ ବ୍ୟୁରୋ

ପୁସ୍ତକ ‘ବାମନ ଅର୍ଜି’ ଲୋକାର୍ପିତ ହୋଇଯାଇଛି। ଏପ୍ରିଲ ୨୮ରେ ଏକ କାର୍ଯ୍ୟକ୍ରମରେ ଏହି ପୁସ୍ତକଟି ଲୋକାର୍ପଣ ହୋଇଥିଲା। ‘ବାମନ ଅର୍ଜି’ ପୁସ୍ତକର ଲୋକାର୍ପଣ କରିଥିଲେ ଲେଖକ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର।

ଲେଖକ ଚନ୍ଦ୍ରହାସ ଚୌଧୁରୀଙ୍କ ଇଂରାଜୀ ଭାଷାରେ ଲିଖିତ ପ୍ରଥମ ଉପନ୍ୟାସ ‘ଅର୍ଜି ଦ ଡ୍ୱାର୍ଫ’ର ଓଡ଼ିଆ ଅନୁବାଦ ହେଉଛି ‘ବାମନ ଅର୍ଜି’।

ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମଟି ଧଉଳି ବୁକସ ଓ ବକୁଲ ଫାଉଣ୍ଡେସନ୍ ଆନୁକୁଲ୍ୟରେ ହୋଇଥିଲା।

ଉପନ୍ୟାସ ‘ଅର୍ଜି ଦ ଡ୍ୱାର୍ଫ’ ସ୍ପାନିଶ୍ ଓ ଜର୍ମାନ ଭାଷାରେ ପୂର୍ବରୁ ଅନୁଦିତ ହୋଇସାରିଛି।

Comment