ଓଡ଼ିଶାଲାଇଭ ବ୍ୟୁରୋ

ଚେନ୍ନାଇଠାରୁ ଏବେ ୭୬୦କିମି ଦୂରରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ଏହାର ମୁକାବିଲା ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି।

ବାତ୍ୟା ଲାଗି ଉପକୂଳବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ସବୁ ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର। ‘ଫନି’ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି

ଏନଡିଆରଏଫରଲ ୧୨ , ଓଡ୍ରାଫର ୨୦ ଓ ୩୩୫ ଫାୟର ଷ୍ଟେସନ ୟୁନିଟ ସଜାଗ ରହିବେ। ବନ୍ୟାଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ସୂଚନା ଦେଇଛନ୍ତି।

ସେପଟେ କେନ୍ଦ୍ରଗୃହ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଅନ୍ୟକେତୋଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଲାଗି ଆଡଭାଇଜାରି ଜାରି କରାଯାଇଛି। ଏହାସିହତ କେନ୍ଦ୍ର କ୍ୟାବିନେଟ ସେକରେଟେରି ମଧ୍ୟ ସାମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ସଚିବଙ୍କ ସହ ଭିଡ଼ିଓ କନଫେରସିଂ ଜରିଆରେ ଆଲୋଚନା କରିଛନ୍ତି।

Comment