ଓଡ଼ିଶାଲାଇଭ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟା ‘ଫନି’ ମୁକିବାଲା ଲାଗି ରାଜ୍ୟରେ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏ ନେଇ ଗତକାଲି ସ୍କ୍ରିନିଂ କମିଟି ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିଲେ।

ନିର୍ବାଚନ ଆଚରଣ ବିଧି ଉଠିବା ପରେ ସମସ୍ତ ସରକାରୀ କର୍ମଚାରୀ ବିନା କୌଣସି ବାଧାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିପାରିବେ। ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।

‘ଫନି’ ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ଏନଡିଆରଏଫର ୧୨ , ଓଡ୍ରାଫର ୨୦ ଓ ୩୩୫ ଫାୟର ଷ୍ଟେସନ ୟୁନିଟ ସଜାଗ ରହିବେ। ଏହା ବ୍ୟତିତ ଲୋକଙ୍କୁ ରିଲିଫ ଓ ସ୍ଥାନାନ୍ତରଣ ଲାଗି କେନ୍ଦ୍ରକୁ ୨ଟି ହେଲିକପ୍ଟର ମଗାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ସେପଟେ ବନ୍ୟାଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ସୂଚନା ଦେଇଛନ୍ତି।

Comment