ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫନି ପ୍ରଭାବିତ ଉଠା ଦୋକାନୀଙ୍କୁ ସହାୟତା କଲା ବିଏମ୍‌ସି। ପ୍ରତି ହିତାଧିକାରୀଙ୍କୁ ବିଏମ୍‌ସି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛି। ୧୧ ହଜାର ୩୪୮ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇଛି ବିଏମ୍‌ସି।

ଫନିରେ ରାଜଧାନୀ ଭୁବନେଶ୍ଵରରେ ଉଠା ଦୋକାନୀମାନେ ଅଧିକ ପ୍ରଭାବିତ ହୋଇଥିଲେ। ଏନେଇ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଥିଲେ। ଏହାକୁ ସରକାର ବିଏମ୍‌ସି ମାଧ୍ୟମରେ ଦେବାକୁ ଘୋଷଣା କରିଥିଲେ।

ହେଲେ ବିଏମ୍‌ସି ଏହାକୁ ଲୋକଙ୍କୁ ଦେବାକୁ ବିଳମ୍ଵ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ବର୍ତ୍ତମାନ ବିଏମ୍‌ସି ଏହି ଟଙ୍କାକୁ ଉଠା ଦୋକାନୀଙ୍କ ଆକାଉଣ୍ଟକୁ ପଠାଇ ଦେଇଛି ବୋଲି ସୂଚନା ମିଳିଛି।

Comment