ଓଡ଼ିଶାଲାଇଭ୍ ବ୍ୟୁରୋ

ଖରାଦିନ ବାଇଁ ବେଶ ଉପକାରୀ କାକୁଡ଼ି। ଗରମ ଦିନରେ କାକୁଡି ଖାଇଲେ ଏହା ବିଭିନ୍ନ ସମସ୍ୟା ଦୂର କରିଥାଏ। କାକୁଡ଼ିର ମଞ୍ଜିରେ ଗରମ ଦୂର କରୁଥିବା ଗୁଣ ଥାଏ। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଶରୀର ଥଣ୍ଡା ହୋଇଥାଏ। ଏହାଦ୍ୱାରା ଚିଡିଚିଡି ହେବା, ବିରକ୍ତି ହେବା ଭଳି ମାନସିକ ସମସ୍ୟା ଦୂର ହୋଇଥାଏ।

କାକୁଡ଼ିରେ ପ୍ରଚୁର ପରିମାଣର ଜଳୀୟ ଅଂଶ ଥାଏ। ତେଣୁ ଏହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ । ସେହିପରି ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଏହା ସହାୟକ ହୋଇଥାଏ। ପ୍ରତିଦିନ ଅଧା ଗ୍ଲାସ କାକୁଡ଼ି ଓ ଟମାଟୋ ରସ ପିଇବା ଦ୍ୱାରା ଉପକାର ମିଳିଥାଏ। ଆବଶ୍ୟକ ହେଲେ ସେଥିରେ ଚିନି ମିଶାଇ ପାରିବେ।

-ଗରମ ଦିନରେ ସାଧାରଣତଃ ପିତ୍ତ ଦୋଷ ସୃଷ୍ଟି ହୋଇଥାଏ। ନିୟମିତ ଭାବେ କାକୁଡ଼ି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏହାଛଡ଼ା କୋଷ୍ଠକାଠିନ୍ୟ, ଛାତି ଜ୍ୱଳାପୋଡ଼ା ହେବା, ଗ୍ୟାସ ସମ୍ବନ୍ଧୀୟ ସମସ୍ୟା କମ୍ ହୋଇଥାଏ ।

-ପ୍ରଚୁର ପରିମାଣର ଫାଇବର ଥିବାରୁ ଖାଦ୍ୟ ଭଲ ହଜମ ହୋଇଥାଏ।

-କାକୁଡ଼ିରେ ଥିବା ମିନେରାଲ୍ସ ଶରୀରରେ କୋଲେଷ୍ଟେରୋଲର ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ। ତେଣୁ ମଧୁମେହ, ହୃଦରୋଗୀଙ୍କ ପାଇଁ ଏହା ଉପକାରୀ। ମେଦବହୁଳ ସମସ୍ୟାରେ ପୀଡ଼ିତ ଲୋକମାନେ ମଧ୍ୟ ଏହାକୁ ଖାଇ ସୁଫଳ ପାଇପାରିବେ।

-ଖରାଯୋଗୁଁ ଆଖି ପୋଡୁଥିଲେ ଆଖିରେ କାକୁଡ଼ିକୁ ଗୋଲ ଗୋଲ କରି କାଟି ରଖିଲେ ଆରାମ ମିଳିଥାଏ।

Comment