ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନ ଆସିବା ପରେ ସିଜନାଲ ଫ୍ରୁଟ୍ସ ଏବଂ ପରିବା ମାର୍କେଟରେ ଉପଲବ୍ଧ ହୋଇଥାଏ। ହେଲ୍‌ଥ ଏକ୍ସପର୍ଟ ଗରମରେ ପାଣି ଜାତୀୟ ଫଳ ଏବଂ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗରମ ୠତୁରେ ଲୋକେ କାକୁଡ଼ି ବେଶୀ ଖାଇବାକୁ ପସନ୍ଦ କରିଥାନ୍ତି।

କାକୁଡ଼ିରେ ପୋଷକ ତତ୍ୱ ଭରି ରହିଥାଏ। ଏହାସହ କାକୁଡ଼ିରେ ୯୫ ପ୍ରତିଶତ ପାଣି ଥାଏ। ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ମ୍ୟାଗ୍ନେସିୟମ, ପୋଟସିୟମ, ମାଙ୍ଗାନିଜ ଭଳି ପୋଷକ ତତ୍ୱ ଭରି ରହିଛି। କିନ୍ତୁ ବହୁତ କମ୍‌ ଲୋକ ଜାଣିଥିବେ କି କାକୁଡ଼ି ଅଧିକ ଖାଇବା ବି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। କଛି ଲୋକ ଡାଏଟ୍‌ କରିବା ଚକ୍କରରେ ଦିନ ତମାମ କାକୁଡ଼ିକୁ ଖାଦ୍ୟରେ ସାମିଲ କରିଥାନ୍ତି। କିନ୍ତୁ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇବା ବି କ୍ଷତିକାରକ।

କାକୁଡ଼ି ଖାଇଲେ ସାଧାରଣତଃ ଥଣ୍ଡା ହୋଇଥାଏ ବୋଲି କୁହାଯାଏ।

କାକୁଡ଼ିକୁ ଅଧିକମାତ୍ରାରେ ଖାଇବା ଦ୍ୱାରା ପେଟ ପୂରା ଲାଗିଥାଏ। କାକୁଡ଼ିରେ ଫାଇବର୍‌ ମାତ୍ରା ଅଧିକ ଥାଏ ଯାହା ଖାଇବା ଫଳରେ ହେକୁଟି ଆସିଥାଏ। ଏବଂ ପେଟରେ ଯନ୍ତ୍ରଣା ହୋଇଥାଏ।

କାକୁଡ଼ିରେ ଭିଟାମିନ୍‌ ସି ପରିମାଣ ଅଧିକ ଥାଏ ଯାହା ଇମ୍ୟୁନ୍‌ ସିଷ୍ଟମ ପାଇଁ ବେଶ୍‌ ଲାଭଦାୟକ। ଏହାର ଅଧିକ ବ୍ୟବହାର ଶରୀରରେ ଫ୍ରି ରେଡିକାଲ ବଢ଼ିବାର ସମ୍ଭାବନା ରହିଥାଏ।

Comment