ଓଡ଼ିଶାଲାଇଭ୍ ବ୍ୟୁରୋ

thyroid 2

ବୟସ ସହ ବଢ଼ିଚାଲିଥାଏ ବିଭିନ୍ନ ରୋଗ ହେବାର ଆଶଙ୍କା। ସେହିପରି ଅଧିକାଂଶ ମହିଳାଙ୍କଠାରେ ଦେଖାଯାଉଥିବା ଏକ ରୋଗ ହେଉଛି ଥାଇରଏଡ୍। ଥାଇରଏଡ୍ ଯୋଗୁଁ ସୁଗାର, ହାଇ ବି.ପି, ହାଇ କୋଲେଷ୍ଟ୍ରୋଲ୍ ସହ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ।

ହାଇପୋଥାଇରଏଡ୍ କ’ଣ?

ଏହି ଥାଇରଏଡରେ ଗ୍ଲାଣ୍ଡ୍ ବା ଗ୍ରନ୍ଥି ଅପେକ୍ଷାକୃତ ବହୁତ ଧିରେ କାମ କରେ। ଯାହାଦ୍ୱାରା ଶରୀରକୁ ଟି-୩, ଟି-୪ ହରମୋନ୍ ମିଳିପାରେ ନାହିଁ। ହାଇପୋଥାଇରଏଡରେ ହଠାତ୍ ଶରୀରର ଓଜନ ବଢ଼ିଯାଏ। ଅଳସୁଆ ଲାଗେ, ମୁହଁ ଓ ଆଖି ଫୁଲିଯାଏ ଏବଂ କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ। ଏହି ରୋଗରେ ରୋଗ ପ୍ରତିରୋଧକ ଶକ୍ତି ଧିରେ ଧିରେ କମିବାକୁ ଲାଗେ। ସାଧାରଣତଃ ମହିଳାମାନଙ୍କଠାରେ ଏହି ସମସ୍ୟା ଦେଖାଦେଇଥାଏ। ମାସିକ ଋତୁସ୍ରାବରେ ଅନିମିତତା ଦେଖାଦିଏ। ତେବେ ଠିକଭାବେ ନିଜ ଖାଦ୍ୟପେୟ ପ୍ରତି ସଜାଗ ରହିଲେ ଏହି ରୋଗରୁ ମୁକ୍ତି ମିଳିପାରେ।

ହାଇପୋଥାଇରଏଡ୍ – କ’ଣ ଖାଇବେ?

Food high in protein close-up

ହାଇପୋଥାଏରଏଡ୍ ରୋଗରୁ ଦୂରରେ ରହିବା ପାଇଁ ଆୟୋଡିନଯୁକ୍ତ ଲୁଣ ତଥା ଆୟୋଡିନଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଯେପରିକି ସି-ଫୁଡ୍, ମାଛ, ଚିକେନ୍, ଅଣ୍ଡା, ଟୋଣ୍ଡ୍ ମିଲ୍କ ବା ସେଥିରୁ ପ୍ରସ୍ତୁତ ଖାଦ୍ୟ ଯେମିତି ଦହି, ପନୀର ଇତ୍ୟାଦି। ଏହା ସହ ବିଲାତି, ମସ୍ରୁମ୍, କଦଳୀ, କମଳା ଆଦି ଆପଣଙ୍କୁ ଶରୀର ପାଇଁ ଲାଭଦାୟୀ ଅଟେ।

ହାଇପୋଥାଇରଏଡ୍ – କଣ ଖାଇବେ ନାହିଁ?

hypothyroid not to eat

ସୋୟାବିନ୍ ବା ରେଡ୍ ମିଟ୍ ହାଇପୋଥାଏରଏଡ୍ ରୋଗୀଙ୍କ ପାଇଁ ଆଦୌ ଭଲ ନୁହେଁ। ଏହା ବ୍ୟତୀତ ରନ୍ଧା ଖାଦ୍ୟ, କ୍ରିମ ବା ବେକେରୀ ଖାଦ୍ୟ ଯେପରିକି କେକ୍, ପେଷ୍ଟ୍ରି ଆଦି ଖାଇବା ଏହି ରୋଗୀଙ୍କ ପାଇଁ ଉଚିତ୍ ନୁହେଁ। କନ୍ଦମୂଳ, ନାସପାତି, ଷ୍ଟ୍ରବେରୀ, ବାଦାମ, ବାଜରା, ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ବିଟ୍ ଆଦି ଖାଦ୍ୟ ଖାଇବା କମ୍ କରିବାକୁ ହେବ।

Comment