ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣତଃ ହେପାଟାଇଟିସ୍ ରୋଗୀମାନଙ୍କର ଚିକିତ୍ସା ସଫଳତାର ସହ ହୋଇଥାଏ। ମାତ୍ର ୫/୧୦ ପ୍ରତିଶତ କ୍ଷେତ୍ରରେ ଏହା ପ୍ରାଣଘାତକ ପାଲଟେ। କିନ୍ତୁ ଗର୍ଭାବସ୍ଥାରେ ହେପାଟାଇଟିସ୍ ହେଲେ ଗର୍ଭପାତର ଆଶଙ୍କା ଥାଏ। ସେଥିରୁ ରକ୍ଷା ପାଇବା ପାଇଁ ହେଲେ ସାବଧାନ ରହିବା ଜରୁରୀ।

-ଗର୍ଭାବସ୍ଥାରେ ଭୋକ ନ ଲାଗିବା, ଜ୍ୱର ହେବା, ଗଣ୍ଠି ଦରଜ, ତ୍ୱଚା ଶୁଷ୍କ ହୋଇଯିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ସମୟ ସମୟରେ ପରିସ୍ରା ହଳଦିଆ ଦେଖାଯିବା, ଆଖି ହଳଦିଆ ଦେଖାଯିବା, ପେଟ କାଟିବା ଭଳି ଲକ୍ଷଣ ବି ଦେଖାଯାଏ। ଅନେକ ଏହାକୁ ପେଟ ଗରମ ଭାବି ଅବହେଳା କରିଥାନ୍ତି। ଏପରି ହେଲେ ପ୍ରଚୁର ପାଣି ପିଇବା ସହ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

-ସାଧାରଣତଃ ଗର୍ଭାବସ୍ଥାରେ ଅଧିକ ଔଷଧ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଔଷଧ ଖାଇଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏପରିସ୍ଥଳେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ନିହାତି ଆବଶ୍ୟକ ନ ହେଲେ ବାହାରର ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।

-ଯେଉଁସ୍ଥାନକୁ ଗଲେ ବି ସାଙ୍ଗରେ ନିଜର ପାଣିବୋତଲ ଧରି ଯାଆନ୍ତୁ। ପାଣି ଦ୍ୱାରା ଏହା ହେବାର ଆଶଙ୍କା ଅଧିକ ରହିଥାଏ।

-ଯେତେ ସମ୍ଭବ ଘରେ ପ୍ରସ୍ତୁତ ହୋଇଥିବା ଜୁସ୍, ଖାଦ୍ୟ ଖାଆନ୍ତୁ। ଫ୍ରିଜ୍ରେ ରଖାଯାଇଥିବା ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଏବେ ଖରାଦିନ ଥିବାରୁ ୪-୫ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବି ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଥାଏ। ଏପରିସ୍ଥଳେ ତାଜା ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ।

Comment