ଓଡ଼ିଶାଲାଇଭ୍ ବ୍ୟୁରୋ 

ବାତ୍ୟା ଫନି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି।

ଫନି ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠି ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବେ।

‘‘ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଜିଲ୍ଲାବାସୀ ଆତଙ୍କିତ ନହୋଇ ସତର୍କ ରୁହନ୍ତୁ’’, କହିଛନ୍ତି ଏନଡିଅ।ରଏଫ ଟିମ ମୁଖ୍ୟ ଜୟପ୍ରକାଶ ପ୍ରସାଦ।

Comment