ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତି ଭୟଙ୍କର ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟବାସୀ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଜାରରେ ପରିବା ଦର ବଢ଼ିବାରେ ଲାଗିଛି।

ବିଭିନ୍ନ ସ୍ଥାନରେ ଆଳୁ, ଟମାଟୋ ଦର ବଢ଼ିବା ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେତେକ ସ୍ଥାନରେ ଆଳୁ କିଲୋ ପିଛା ୨୫ଟଙ୍କା ବିକ୍ରି ହେଉଥିବା ବେଳେ ଟମାଟୋ ଦର କିଲୋ ପିଛା ୫୦ଟଙ୍କାରେ ବିକ୍ରି ହେଉଛି।

ଦୋକାନରେ ପରିବା ଷ୍ଟକ୍‌ ନଥିବାରୁ ଦର ବଢ଼ୁଛି ବୋଲି ବ୍ୟବସାୟୀମାନେ କହୁଛନ୍ତି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବଜାରରେ ଶୁଖିଲା ଖାଦ୍ୟ (ଚୁଡ଼ା, ମୁଢ଼ି, ବିସ୍କୁଟ)ର ଚାହିଦା ବଢ଼ିବାରେ ଲାଗିଛି।

ବର୍ତ୍ତମାନ ବାତ୍ୟା ‘ଫନି’ ପୁରୀଠାରୁ ମାତ୍ର ୩୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଫନି’ ଆସନ୍ତାକାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

Comment