ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନିପରେ ରାଜଧାନୀ ଭୁବନେଶ୍ବରର ଫଳଦର ଆଗ ଅପେକ୍ଷା ଶସ୍ତା ହୋଇଛି। ଫଳରେ ରାସ୍ତାକଡ଼ ଫଳଦୋକାନୀଙ୍କ ପାଖରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି।

କରେଣ୍ଟ ନଥିବାରୁ ଶୀତଳଭଣ୍ଡାରରେ ଫଳରଖିବା ସମ୍ଭବ ହେଉନାହିଁ। ଅନ୍ୟପଟେ ଫନିପରେ ରାଜଧାନୀରେ ଗ୍ରୀଷ୍ଣପ୍ରବାହ ବି ଅଧିକ ରହିଛି। ଯେଉଁଥିପାଇଁ ବେପାରୀମାନେ ଅନନ୍ୟ ଉପାୟ ନପାଇ କମ୍ ଦରରେ ଫଳବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଯାହାସବୁ ଷ୍ଟକମାଲ ରହିଛି ତାହାକୁ ସାରିବା ଲାଗି ଦୋକାନୀ ବାଧ୍ୟହୋଇ କମ୍ ଦରରେ ଫଳ ବିକୁଥିବା କହିଛନ୍ତି।

‘’ଫନିପରେ କରେଣ୍ଟ ନଥିବାରୁ ଡିଲରମାନେ ଆମମାନଙ୍କୁ ଶସ୍ତାରେ ଫଳି ଦେଉଛି। ଅନ୍ୟପଟେ ଆମେବି ଫଳପଚିଯିବା ଭୟରେ ଶସ୍ତାରେ ଗ୍ରାହକଙ୍କୁ ବିକିଦେଉଛୁ। ଆଗରୁ ଅଙ୍ଗୁର ୮୦ ଉପରେ ବିକ୍ରିହେଉଥିବା ବେଳେ ଏବେ ୬୦ଟଙ୍କାରେ ବିକ୍ରି ହେଉଛି।‘’ ଫଳ ବେପାରୀ ଜୁଗଳ ରାଉତ କହିଛନ୍ତି।

‘’ବିଭିନ୍ନ ସ୍ଥାନରେ ଗଛଭାଙ୍ଗିପଡ଼ିଥିବାରୁ ରାସ୍ତାବନ୍ଦ ରହିଛି ଫଳରେ ବାହାରୁ ଫଳ ଆମଦାନୀ ହୋଇପାରୁନାହିଁ।’’ କହିଛନ୍ତି ଏକ ନମ୍ବର ମାର୍କେଟର ଫଳବେପାରୀ ଗୋବାରା ନାୟକ।

ଫନିପ୍ରଭାବରେ ଏବେସିନା ଫଳଦର ମାର୍କେଟରେ କମ୍ ଅଛି ମାତ୍ର ଆଗାମୀଦିନରେ ପରିସ୍ଥିତି ସ୍ବାଭାବିକ ହେବାପରେ ଫଳଦର ମହଙ୍ଗାହେବ ବୋଲି ବେପାରୀମାନେ କହିଛନ୍ତି।

Comment