ଓଡ଼ିଶାଲାଇଭ ବ୍ୟୁରୋ

ମେ’ ୩୦ରୁ ଆଇସିସି ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ୨୧ ଦିନ ପରେ ହିଁ ଖେଳାଳୀଙ୍କ ସହିତ ସେମାନଙ୍କର ପତ୍ନୀ, ବାନ୍ଧବୀ କିମ୍ବା ପରିବାର ଲୋକ ରହିାବାଲାଗି ଅନୁମତି ମିଳିବ ବୋଲି ବିସିସିଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମେ’ ୩୦ରୁ ବିଶ୍ୱକପ୍ ଆରମ୍ଭ ହେଉଛି। ଜୁନ ୧୬ରେ ହେବାକୁଥିବା ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାରୁ ଖେଳାଳୀଙ୍କ ପରିବାର ବଞ୍ଚିତ ହେବେ ବୋଲି କୁହାଯାଉଛି।

ସେପଟେ ଯଦି ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ରହିବାକୁ ଚାହିଁବେ ତେବେ ଅନୁଷ୍କାଙ୍କୁ ସ୍ଵତନ୍ତ୍ର ଯୋଜନା କରିବାକୁ ପଡ଼ିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଗତ ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏହି ପ୍ରସଙ୍ଗକୁ ନେଇ ବିସିସିଆଇ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଥିଲେ। ଏହି ସମୟରେ ଖେଳାଳୀଙ୍କ ବାନ୍ଧବୀ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସଂଖ୍ୟା ୩୭ ଛୁଇଁଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ବିଶ୍ୱକପ୍ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି।

Comment