ଓଡ଼ିଶାଲାଇଭ ବ୍ୟୁରୋ
ମୁ୍ମ୍ବାଇ ଇଣ୍ଡିଆନସ୍ ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଚମ୍ପିଆନ ହୋଇଛି। ରବିବାର ଫାଇନାଲରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ କେବଳ ୧ରନରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ଏହାସହିତ ମୁମ୍ବାଇ ସର୍ବାଧିକ ଚତୁର୍ଥଥର ଲାଗି ଟାଇଟଲ ହାସଲ କରିଛି।
ତେବେ ଆସନ୍ତୁ ନଜର ପକାଇବା ଚଳିତ ଆଇପିଏଲ୍ରେ ଘଟିଥିବା କିଛି ପ୍ରମୁଖ ଘଟଣା ବିଷୟରେ। ଯାହାକୁ ନେଇ ଗଣମାଧ୍ୟମଠୁ ଆରମ୍ଭକରି ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ହୋଇଥିଲା।
ସାମ୍ନାକୁ ଆସିଲା ଧୋନିଙ୍କ ଏଙ୍ଗ୍ରୀ ଲୁକ୍
ଚଳିତ ଆଇପିଏଲ୍ରେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏଙ୍ଗ୍ରୀ ଲୁକ୍ ସାମ୍ନାକୁ ଆସିଥିଲା। ରାଜସ୍ଥାନ ରୟାଲ ସହ ମ୍ୟାଚ୍ର ଦ୍ବିତୀୟ ଇନିଂସର ଶେଷ ଓଭରରେ ଧୋନି ରାଗି ଯାଇ ପଡ଼ିଆ ଭିତରକୁ ଚାଲି ଆସିଥିଲେ। ପଡ଼ିଆରେ ଧୋନି ଅମ୍ପାୟର୍ସଙ୍କ ଯୁକ୍ତିତର୍କ କରିଥିବା ନଜର ଆସିଥିଲେ। ତେବେ ଏଭଳି ଆଚରଣ ପାଇଁ ଧୋନିଙ୍କୁ ମ୍ୟାଚ୍ର ୫୦ ପ୍ରତିଶତ ଫି ଜରିମାନା ଦେବାକୁ ପଡ଼ିଥିଲା। ଚଳିତ ଆଇପିଏଲ୍ରେ ପ୍ରଥମ ଥର ପାଇଁ ଧୋନିଙ୍କ ଏଙ୍ଗ୍ରୀ ଲୁକ୍ ଦେଖିବାକୁ ମିଳିଥିଲା।
ଅଶ୍ୱିନ୍ଙ୍କ ମଙ୍କଡିଂ
ଚଳିତ ଆଇପିଏଲ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ୍ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍ ବଟଲର୍ଙ୍କୁ ମଙ୍କଡିଂ କରି ସମାଲୋଚନାର ଶୀକାର ହୋଇଥିଲା। ନନ୍ ଷ୍ଟ୍ରାଇକ୍ରେ ଥିବା ବଟଲର୍ଙ୍କୁ ଅଶ୍ୱିନ୍ ମଙ୍କଡିଂ କରି ରନ୍ ଆଉଟ୍ କରିଥିଲେ। ଏହାକୁ ନେଇ ଅନେକ ଅଶ୍ୱିନ୍ଙ୍କୁ ସମାଲୋଚନା କରିଥିଲେ। ଏଥିପାଇଁ ଦୀର୍ଘଦିନ ଯାଏଁ ସେ ଚର୍ଚ୍ଚାରେ ଥିଲେ।
ପ୍ଲେ ଅଫ୍ରେ ଦିଲ୍ଲୀ କ୍ୟାପିଟାଲ୍ସ
ଦୀର୍ଘ ୬ ବର୍ଷ ପରେ ଚଳିତ ବର୍ଷ ଦିଲ୍ଲୀ ଟିମ୍ ଆଇପିଏଲ୍ର ଫ୍ଲେ-ଅଫ୍ରେ ସ୍ଥାନ ପାଇଥିଲା। ଏହା ପୂର୍ବରୁ ୨୦୧୨ ମସିହାରେ ଦିଲ୍ଲୀ ପ୍ଲେ-ଅଫ୍ରେ ସ୍ଥାନ ପାଇଥିଲା। କୁହାଯାଉଛି ଯେ, ଟିମ୍ର ଡେୟାରଡେଭିଲ୍ସ ନାଁକୁ ହଟାଇ କ୍ୟାପିଟାଲ୍ସ ଲଗାଇବା ଦ୍ୱାରା ଦିଲ୍ଲୀ ଟିମ୍ ପ୍ଲେ-ଅଫ୍ରେ ସ୍ଥାନ ପାଇଛି। ପ୍ରକୃତରେ ଦଳର କୋଚ୍ ରିକି ପଏଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ପାଇଁ ଦିଲ୍ଲୀ ଏତେ ବାଟରେ ପହଞ୍ଚି ପାରିଛି। ତେବେ ଦଳରେ ଅଭିଜ୍ଞ ଖେଳାଳୀଙ୍କ ଅଭାବରୁ ଫାଇନାଲରୁ ବଞ୍ଚିତ ହୋଇଥିବା କୁହାଯାଉଛି।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।