ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସରେ ଏକ ବିଶାଳ ରକ୍ତଦାନ ଶିବିର ମଙ୍ଗଳବାର ଦିନ ଆୟୋଜିତ ହୋଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ବହୁ ଯୁବକ, ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ଏହି ଶିବିରରେ ୭୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଫନି ବାତ୍ୟା ପରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ କରାଯାଇଥିଲା। ବିଶେଷକରି ଥାଲାସିମିଆ ରୋଗୀ ଏବଂ ଜରୁରିକାଳୀନ ରୋଗୀଙ୍କୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉଦଘାଟନ କରିଥିଲେ।

ଏହି ଶିବିରକୁ ଓଡ଼ିଶା ରକ୍ତଦାତା ମହାସଂଘର ପ୍ରତିଷ୍ଠାତା ଅକ୍ଷୟ କୁମାର ରାଉତ ଓ ରାଜେଶ ନାୟକ, ଯୁବ ସମାଜସେବୀ ଅଭିଜିତ ଦାଶ, ଅଜିତ ପଟ୍ଟନାୟକ, ପ୍ରହଲ୍ଲାଦ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

ଅନ୍ୟତମ ଅତିଥି ଭାବେ କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର, ବରିଷ୍ଠ ପୋଲିସ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment