ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ପ୍ରଚଣ୍ଡ ତାତି। ଝାଞ୍ଜି ମାଡ଼କୁ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଗରମରେ ଡହଳବିକଳ ହେଉଛନ୍ତି ସାଧାରଣ ଜନତା। ଶୁକ୍ରବାର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ରେ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ବଲାଙ୍ଗିରରେ ତାପମାତ୍ରା ୪୪.୬ ଡିଗ୍ରୀ ଥିବାବେଳେ ସୋନପୁର ୪୪, ସମ୍ବଲପୁର ୪୩.୩, ଝାରସୁଗୁଡ଼ା ୪୩.୨, ହୀରାକୁଦ ୪୨.୪, ଅନୁଗୁଳ ୪୧.୭, ସୁନ୍ଦରଗଡ଼ ୪୧.୫, ତାଳଚେର ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ। ତେବେ ଆସନ୍ତା ଗୋଟିଏ ସପ୍ତାହ ଯାଏ ଏହି ତାତିରୁ ନିସ୍ତାର ମିଳିବ ନାହିଁ। ବରଂ ଏହି ସମୟସୀମା ମଧ୍ୟରେ ପାରଦ ଆହୁରି ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment