ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରବିବାର ଶେଷ ପର୍ଯ୍ୟାୟ ଲାଗି ନିର୍ବାଚନ ସରିଛି ଏହାର କିଛି ସମୟ ମଧ୍ୟରେ ଆସିଛି ଏକଜିଟ୍ ପୋଲ ରିପୋର୍ଟ। ଯାହା ଏକଜିଟ୍ ପୋଲ ଆକଳନ କରୁଛି ସେଥିରେ ଏନଡିଏକୁ ବହୁମତ ମିଳିବ। ତେବେ ଏହି ଖୁସିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନଡିଏ ନେତାଙ୍କୁ ମେ’୨୧ରେ ଡିନର ଲାଗି ଡାକିଛନ୍ତି ବୋଲି ସୂଚନା ମିଳିଛି।

ଇଂରାଜୀ ଓ ହିନ୍ଦୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ। କୁହାଯାଉଛି ଏହି ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

ଏକଜିଟ୍ ପୋଲର ଆକଳନ ଅନୁସାରେ ୫୪୨ ଲୋକସଭା ଆସନ ମଧ୍ୟରୁ ଏନଡିଏ ଖାତାକୁ ୨୭୭ ଆସନ ଯାଉଛି, ୟୁପିଏ ହାତକୁ ୧୩୦ ଆସନ ଓ ଅନ୍ୟକୁ ୧୩୫ ଆସନ ମିଳିବ। ତେବେ ୫୪୩ରୁ ୫୪୨ ଆସନକୁ ଏକଜିଟ୍ ପୋଲଗୁଡ଼ିକ ଆକଳନ କରୁଛନ୍ତି।  କାରଣ ତାମିଲନାଡୁରେ ଗୋଟିଏ ଆସନରେ ନିର୍ବାଚନ ଆୟୋଗ ନିର୍ବାଚନକୁ ରଦ୍ଦ କରିଛନ୍ତି।

୨୦୧୪ରେ ଏନଡିଏକୁ ୩୩୬ ୟୁପିଏକୁ ୬୦ ଆସନ ଯାଇଥିଲା। ଏଥିରୁ ବିଜେପିକୁ ୨୮୨ ଓ କଂଗ୍ରେସକୁ ୪୪ ଆସନରେ ବିଜୟ ମିଳିଥିଲା।

ବିଜେପି ନେତୃତାଧୀନ ଏନଡିଏରେ ପାଖାପାଖି ୪୦ରୁ ଅଧିକ ଛୋଟ ବଡ ଦଳ ସାମିଲ ଅଛନ୍ତି। ମାତ୍ର ସେଥିମଧ୍ୟରୁ ୯ଟି ଦଳର ପ୍ରଭାବ ଅଧିକ ରହିଛି। ତା ମଧ୍ୟରୁ ଶିବସେନା ଓ ଜେଡିୟୁ , ଏଆଇଏଡିଏମକେ, ଅକାଳି ଦଳ ବି ଅଛନ୍ତି।

ତେବେ ଗୋଟିଏ ପଟେ ଏକଜିଟ୍ ପୋଲର ଆକଳନ ଏନଡିଏକୁ ଫାଇଦାରେ ରଖୁଛି ଅନ୍ୟପଟେ ଏହାକୁ ଏକଜାଟ ବୋଲି କହୁନାହାନ୍ତି ବିରୋଧୀ। ତେବେ ସବୁକିଛି ମେ’୨୩ରେ ସ୍ପଷ୍ଟ ହେବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment