ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମରେ ଅଘଟଣ। ମାନସିକ ବିକାର ଗ୍ରସ୍ତ ସ୍ୱାମୀ ନିଜର ଦୁଇ ସ୍ତ୍ରୀଙ୍କୁ ହାତୁଡିରେ ପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ତାଡକିଶୋଳ ଗ୍ରାମର ଶ୍ୟାମ ମାର୍ଣ୍ଡି ମସ୍ତିଷ୍କ ବିକାର ଗ୍ରସ୍ତ ଥିଲେ। କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ସେ ଗତକାଲି ରାତିରେ ନିଜର ଦୁଇ ସ୍ତ୍ରୀଙ୍କୁ ହାତୁଡିରେ ପିଟି ହତ୍ୟା କରିବା ପରେ ନିଜେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ବାରିପଦା ସଦର ପୋଲିସ ଖବର ସେଠାରେ ପହଞ୍ଚିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଜିଲ୍ଲା ପୋଲିସ ମୁଖ୍ୟାଳୟରୁ  ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକମାନେ ହେଲେ ଶ୍ୟାମ ମାର୍ଣ୍ଡି ଏବଂ ତାଙ୍କର ଦୁଇ ସ୍ତ୍ରୀ ସାଲଖ ମାର୍ଣ୍ଡି ଓ ଫୁଲ ମାର୍ଣ୍ଡି। ତଦନ୍ତ ପରେ ମୃତକ ମାନଙ୍କର ମୃତ ଦେହ ଶବ ବ୍ୟବଚ୍ଛେଦ କରାଯାଇ ନିକଟ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ବାରିପଦା ସଦର ପୋଲିସ କହିଛି।

Comment