ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନରେ ଯେଉଁ ଫଳାଫଳ ଆସୁଛି ତାହା ଅନୁସାରେ ଏନଡିଏକୁ ୩୫୩ ଆସନରେ ସଫଳତା ମିଳିଥିବା ବେଳେ କଂଗ୍ରେସ ସମର୍ଥିତ ୟୁପିଏକୁ ୯୧ ଓ ଅନ୍ୟଦଳଙ୍କୁ ୧୦୦ ଆସନରେ ସଫଳତା ମିଳିଛି।

ଏହା ଭିତରେ ଗୋଟିଏ କଥା ଦେଖିବାକୁ ମିଳୁଛି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜେପିକୁ ଏଥର ବହୁମତ ମିଳିଛି।

ଆମେ ଯଦି ଦେଖିବା ନିକଟରେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ଲୋକସଭା ନିର୍ବାଚନରେ ଏବେ ଯାହା ଫଳାଫଳ ଆସୁଛି ସେଥିରେ ବିଜେପି ଅନେକ ଆସନରେ ଭଲ ପ୍ରଦର୍ଶନ କରିଛି।

ରାଜସ୍ଥାନରେ ୨୫ ଲୋକସଭା ଆସନଲାଗି ମତଦାନ ହୋଇଥିଲା। ଏଏଠାରେ ବିଜେପି ୨୪ରେ ଜିତିଥିବା ବେଳେ ଆଞ୍ଚଳିକ ଦଳ ଆରଏଲପିକୁ ଗୋଟିଏ ଆସନରେ ସଫଳତା ମିଳିଛି।

ସେହିପରି ଛତିଶଗଡରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଅନେକ ଭଲ ପ୍ରଦର୍ଶନ କରିଥିଲା ମାତ୍ର ଲୋକସଭାରେ 11 ଆସନ ମଧ୍ୟରୁ ବିଜେପି ୯ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୨ ଟି ଆସନରେ ଜିତିଛି।

ମଧ୍ୟପ୍ରଦେଶରେ ବିଜେପିକୁ ୨୮ ଆସନରେ ସଫଳତା ମିଳିଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟ ହୋଇଛି।

ଅନ୍ୟପଟେ ଆମେ ଯଦି ବିହାରର ଚିତ୍ର ଦେଖିବା ସେଠାରେ ବିଜେପିକୁ ୧୭ଟିରେ ବିଜୟ ମିଳିଥିବା ବେଳେ, ଜନତା ଦଳକୁ ୧୬ଟିରେ, କଂଗ୍ରେସକୁ ଗୋଟିଏରେ, ଏଲଜେପିକୁ ୭ଟିରେ ବିଜୟ ମିଳିଛି।

ଅର୍ଥାତ ଏ ସମସ୍ତ ରାଜ୍ୟରେ ମୋଦି ଲହର କାମ ଦେଇଛି, କଂଗ୍ରେସକୁ ଏସବୁ ଆସନରୁ ପରାଜୟ ଦେଖିବାକୁ ମିଳିଛି।

Comment