ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ୱକପ୍‌କୁ ଆଉମାତ୍ର ୪ ଦିନ ଥିବା ବେଳେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି। ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌। ତେବେ ସେ ମ୍ୟାଚ୍‌ରେ ଖେଳିବେ କି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ।

ଶୁକ୍ରବାର ବିଜୟ ଶଙ୍କର ନେଟ୍‌ ପ୍ରକ୍ଟିସ୍‌ରେ ବ୍ୟାଟିଂ କରୁଥିବା ବେଳେ ଏକ୍ ଫୁଲଟସ୍‌ ବଲ୍‌ ଖେଳିବାକୁ ଯାଇ ଆହତ ହୋଇଛନ୍ତି। ବଲ୍‌ଟି ତାଙ୍କ ରିଷ୍ଟରେ ବାଜିଥିଲା। ଆଘାତ ଏତେ ଜୋରଥିଲା ଯେ, ତାଙ୍କୁ ତୁରନ୍ତ ନେଟ୍‌ ପ୍ରକ୍ଟିସ୍‌ ବନ୍ଦ କରିବାକୁ ପଡ଼ିଥିଲା।

ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌। ରିଷ୍ଟ ସ୍କାନ୍‌ ପରେ ବିଜୟ ଖେଳିବେ କି ନାହିଁ ସେନେଇ ଜଣାପଡ଼ିବ। ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ବିଜୟ ଶଙ୍କର ଥିଲେ ଚତୁର୍ଥ ନଂ ଖେଳାଳୀ। ତେବେ ତାଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇପାରେ।

Comment