ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ନିକଟରେ ସଡକ ଦୁର୍ଘଟଣା ହୋଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବାକି ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ସୋର ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାହା ସୂଚନା ମିଳିଛି ଦହିସଡ଼ା ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ତୀର୍ଥଯାତ୍ରୀ ବସ୍ ପଛପଟୁ ଧକ୍କା ଦେଇଥିଲା।

ବସରେ ମୋଟ ୬୦ଜଣ ଯାତ୍ରୀ ଥିଲେ। ବସଟି ପୁରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗରକୁ ଯାଉଥିଲା। ସେପଟେ ଆହତ ମାନଙ୍କର ଚିକିତ୍ସା ପରେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଦିଆଯାଇଛି।

Comment