ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ଡହଡହ ଖରା ସାଙ୍ଗକୁ ଗୁଳଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ମଙ୍ଗଳବାର ରାଜ୍ୟର ୧୨ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ସମ୍ବଲପୁରରେ ଆଜି ସର୍ବାଧିକ ତାପମାତ୍ରା ୪୪.୭ ଡିଗ୍ରୀ ତପମାତ୍ରା ଅନୁଭୂତ ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ସୋନପୁରରେ ୪୪.୬ ଡିଗ୍ରୀ ତାପମାତ୍ରା ଥିସବା ବେଳେ ବଲାଙ୍ଗିରରେ ୪୪.୫ ଡିଗ୍ରୀ, ଟିଟିଲାଗଡ଼ ୪୪ ଡିଗ୍ରୀ, ହୀରାକୁଦ ୪୩.୭ ଡିଗ୍ରୀ, ଝାରସୁଗୁଡ଼ା ୪୩.୬ ଡିଗ୍ରୀ, ଭବାନୀପାଟଣା ୪୨.୬ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ମାଲକାନଗିରି ୪୨ ଡିଗ୍ରୀ, ଅନୁଗୁଳ ୪୧.୭ ଡିଗ୍ରୀ, ତାଳଚେର ୪୧.୨ ଡିଗ୍ରୀ ରେକର୍ଡ ହୋଇଛି।

Comment