ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପର ପ୍ରଚଣ୍ଡ ବହୁମତ ହାସଲ କରିଛିା ମେ’ ୩୦ରେ ମୋଦି ପୁଣଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତିା  ଶପଥ ନେବା ପୂର୍ବରୁ ମୋଦି ମଙ୍ଗଳବାର ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତିା

ପ୍ରଣବ ମୁଖାର୍ଜୀଙ୍କୁ ଭେଟିବା ପରେ ମୋଦି ଏକ ଟୁଇଟ କରିଛନ୍ତିା ଟୁଇଟରେ ମୋଦି ପ୍ରଣବ ମୁଖାର୍ଜୀଙ୍କ ସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତିା ଏହି ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା। ଫଟୋରେ ପ୍ରଣବ ମୁଖାର୍ଜୀ ମୋଦିଙ୍କୁ ନିଜ ହାତରେ ଖୁଆଇ ଦେଉଥିବା ଦେଖାଯାଇଛିା  ମୋଦି ଗୋଟିଏ ହାତରେ ଟିସୁ ଧରିଛନ୍ତିା ଅବଶ୍ୟ ସେ ମୋଦିଙ୍କୁ କ’ଣ ଖୁଆଉଛନ୍ତି ସେ ବିଷୟରେ ଟୁଇଟରେ କିଛି ଲେଖାଯାଇ ନାହିଁ।

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାକୁ ଯାଉଥିବାରୁ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିବେ ବୋଲି ଅନୁମାନ କରାଯାଉଛିା

ଏହାପୂର୍ବରୁ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ସମେତ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୂରଲୀ ମନୋହର ଜୋଶୀଙ୍କୁ ଭେଟି ସାରିଛନ୍ତିା

Comment