ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ। ଲଗାଥାର ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ପରେ ଅପରାହ୍ଣରେ ସଚିବାଳୟରେ ଏକ କାର୍ଯ୍ୟକ୍ରମ ହେବ। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଏଠାରେ ରଖିବେ ମୁଖ୍ୟମନ୍ତ୍ରୀ ।

ନବୀନ ପ୍ରତିଶ୍ରୁତି ରଖିଥିଲେ ଯେ ଚାଷୀଙ୍କ ସହାୟତା ପାଇଁ ହୋଇଥିବା କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିଲେ। ଏହି ତାଲିକାରେ ଆଉ ୨୫ ଲକ୍ଷ ଚାଷୀଙ୍କ ନାମ ଯୋଡ଼ା ଯାଇଥିଲା।

ନିର୍ବାଚନ ପରେ ବିଜେଡି ସରକାର ଗଢ଼ିବାର ପ୍ରଥମ ଦିନରେ ହିଁ ବାକିତକ ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲୋ ବାକି ୨୫ ଲକ୍ଷ ଚାଷୀଙ୍କୁ ଏକାଥରକେ ୨ଟି କିସ୍ତିର ୧୦ ହଜାର ଟଙ୍କା ଦିଆଯିବ।

ପୂର୍ବରୁ କାଳିଆ ଟଙ୍କା କେନ୍ଦ୍ର ସରକାର ଅଟକାଇ ଦେଇଥିଲେ। ଏହି ଅଭିଯୋଗରେ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏପରିକି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଫେରାଦ ହୋଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। କାଳିଆ ଯୋଜନାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସି ନଥିଲା।

ଶେଷରେ ନିଜେ ନବୀନ ମଧ୍ୟ ଘୋଷଣା କରିଥିଲେ କି ସରକାର ଗଠନର ପ୍ରଥମ ଦିନରେ ହିଁ ଚାଷୀଙ୍କୁ ଦୁଇଟି କିସ୍ତିର କାଳିଆ ଟଙ୍କା ମିଳିବ।

କାଳିଆ ହିତାଧିକାରୀଙ୍କୁ ବଳକା ଟଙ୍କା ଦେବା ପାଇଁ କୃଷି ଓ ସମବାୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛିା

ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆର ପ୍ରଥମ କିସ୍ତି ଦିଆସରିଛିା ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛିା ଆଜି ସଚିବାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ବଣ୍ଟନର ଶୁଭାରମ୍ଭ କରିବ। ଆଜି ପ୍ରାୟ ୬/୭ ଲକ୍ଷ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ। ପରବର୍ତ୍ତୀ ଦିନେ ଦୁଇଦିନ ମଧ୍ୟରେ ଅବଶିଷ୍ଟ ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ।

ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗତ ଜାନୁଆରି ମାସରେ କାଳିଆ ଯୋଜନା ଲାଗୁ କରିଥିଲେ। ଚାଷୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ।

ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ରାଜ୍ୟ ସରକାର କହୁଛନ୍ତି। ଏପ୍ରିଲ ୧ରେ ବଳକା ଚାଷୀଙ୍କୁ ଟଙ୍କା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ ଟଙ୍କା ଚାଷୀଙ୍କ ଖାତାକୁ ଆସିପାରୁ ନାହିଁ। କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ଏଭଳି କରୁଥିବା ବିଜେଡି ଅଭିଯୋଗ କରି ଆସୁଛି।

Comment