ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ସମାରୋହକୁ ନେଇ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛିା ଏହି ସମାରୋହରେ ଦେଶର ବିଶିଷ୍ଟ ବ୍ୟକ୍ତି ସାମିଲ ହେଉଥିଲା ବେଳେ ଦେଶର ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ସାମିଲ ହେଉନାହାନ୍ତିା
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, କେରଳ, ଛିତିଶଗଡ଼, ମିଜୋରାମର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ସାମିଲ ହେଉନାହନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମେ ଏହି ସମାରୋହରେ ସାମିଲ ହେବା ପାଇଁ ହଁ ମାରିଥିଲେ ବି ପରବର୍ତ୍ତୀ ସମୟରେ ମନା କରିଦେଇଥିଲୋ
କେରଳ ମୁଖ୍ୟମନ୍ତ୍ରୀ ପୀନାୟାରୀ ବିଜୟନ ଏହି ସମାରୋହରେ ସାମିଲ ହେଉନାହନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସାମିଲ ହେଉନଥିବା ସୂଚନା ମିଳିଛିା


















