ଓଡ଼ିଶାଲାଇଭ ବ୍ୟୁରୋ
କ୍ରିକେଟ ମହାସମରରେ ଶୁକ୍ରବାର ପାକିସ୍ତାନକୁ ଭେଟିଥିଲା ୱେଷ୍ଟଇଣ୍ଡିଜ୍। ହେଲେ ବିଶ୍ୱକପ୍ରେ ନିଜର ପ୍ରଥମ ମ୍ୟାଚ୍ରେ ପାକିସ୍ତାନର ବୃହତ ପରାଜୟ ହୋଇଛି। ନଟିଂଘମ୍ର ଟ୍ରେଣ୍ଟବ୍ରିଜ୍ରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଅତି ସହଜ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ୍।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଣ୍ଡିଜ୍ ଦଳ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିଲେ। ଘାତକ ବୋଲିଂ ବଳରେ ପାକିସ୍ତାନ ମାତ୍ର ୨୧.୪ ଓଭରରେ ୧୦୫ ରନ ସଂଗ୍ରହ କରି ଅଲ୍ଆଉଟ୍ ହୋଇଥିଲା।
ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ଦଳରେ କ୍ରିସ୍ ଗେଲଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଗେଲ୍ଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ। ଗେଲ ୩୪ଟି ବଲ ଖେଳି ୬ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୫୦ ରନ କରିଛନ୍ତି। ଏଥିସହିତ ପାକିସ୍ତାନ ତା’ର ପ୍ରଥମ ତଥା ଓପନିଂ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜଠାରୁ ହାରିଛି।
ଅନ୍ୟପକ୍ଷରେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଖେଳାଳୀମାନଙ୍କୁ ୧୦୦ ପ୍ରତିଶତ ଦେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ଏନେଇ ଇମ୍ରାନ୍ ଟୁଇଟରରେ ଏକ ପୋଷ୍ଟ କରିଥିଲେ। ହେଲେ ପାକିସ୍ତାନ ଟିମ୍ ୧୦୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛନ୍ତି। ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରୋଲ୍ ହେଉଛି।