ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୋଦି କ୍ୟାବିନେଟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରମେଶ ପୋଖରିୱାଲ ନିଶଙ୍କ। ମୋଦିଙ୍କ ପ୍ରଥମ ଇନିଂସରେ ଏହି ବିଭାଗର ମନ୍ତ୍ରୀ ଥିଲେ ପ୍ରକାଶ ଜାଭଡେକର।

ରମେଶଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ସ୍ଥାନରେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ସେ ଶିକ୍ଷକତାରୁ ମୋଦି କ୍ୟାବିନେଟ ମନ୍ତ୍ରୀ ହୋଇପାରିଛନ୍ତି।

ସେ ସରସ୍ଵତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଶିକ୍ଷକତା କରିଛନ୍ତି। ଅଧ୍ୟବସାୟ ଓ ସ୍ଥିର ଲକ୍ଷ ହିଁ ତାଙ୍କୁ ଆଜି ଏଠାରେ ପହଞ୍ଚାଇପାରିଛି।

ସେ ୧୯୯୦ ଅବିଭାଜିତ ଉତ୍ତର ପ୍ରଦେଶରେ ପ୍ରଥମଥର ଲାଗି ବିଜେପି ଟିକେଟରେ ବିଧାନସଭା ନିର୍ବାଚିତ ଜିତିଥିଲେ। ଯାହାପରେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା।

ଏହାସହିତ ସେ ଉତ୍ତରପ୍ରଦେଶର କଲ୍ୟାଣ ସିଂ ସରକାରରେ ଅନେକ ବର୍ଷ ଧରି ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଛନ୍ତି। ସେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ଶିକ୍ଷା ନୀତିରେ କିଛି ଗୋଟେ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment