ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଡ୍ରିଫ୍‌’ର ସୋଫିଆ ଗାର୍ଡେନ୍‌ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ୱକପର ତୃତୀୟ ମ୍ୟାଚ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୧୩୬ ରନ୍‌ରେ ଅଲ୍‌ଆଉଟ କରିଦେଇଛି। ଲଙ୍କା ଦଳ ପଡ଼ିଆରେ ମାତ୍ର ୨୯.୨ ଓଭର ତିଷ୍ଠି ରହି ୧୩୬ ରନ୍‌ରେ ସମଗ୍ର ୱିକେଟ୍ ହରାଇଛି।

ଆରମ୍ଭରୁ ଶ୍ରୀଲଙ୍କା ଟିମ୍‌ର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଛି। ବ୍ୟାଟ୍ସମ୍ୟାନ୍‌ କରୁଣାରତ୍ନେ ଶ୍ରୀଲଙ୍କା ଟିମ୍‌ର ମଙ୍ଗ ଧରିଥିବା ବେଳେ ଅନ୍ୟପାଟ ଖେଳାଳୀ ପଡ଼ିଆ ଦର୍ଶନ କରି ପାଭିଲିୟନ ଫେରୁଥିଲେ। ଲଙ୍କା ଦଳ ପକ୍ଷରୁ କରୁଣାରତ୍ନେ ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ହୋଇଛି। ଦଳର ବୋଲର ମ୍ୟାଟ୍ ହେନରୀ ସର୍ବାଧିକ ଓ ଲକି ଫର୍ଗୁସନ୍ ୩ ଟି ଲେଖାଏଁ ୱିକେଟ୍ ସଂଗ୍ରହ କରି ଲଙ୍କା ଦଳକୁ ଧରାସାୟୀ କରିଛନ୍ତି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ୧୩୭ ରନ୍‌ର ଟାର୍ଗେଟ।

Comment