ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀକୁ ଫେରିଲା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ

ଦୀର୍ଘଦିନ ପରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ ମ୍ୟାଚ୍‌। ୱେଷ୍ଟଇଣ୍ଡିଜ୍‌ର ଆଗାମୀ ଭାରତ ଗସ୍ତ ତୃତୀୟ ଦିନକିଆ ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ) ଅଧ୍ୟକ୍ଷ ଧିରେନ୍‌ ପଲାଇ ସୂଚନା ଦେଇଛନ୍ତି।

ଡିସେମ୍ବର ୨୨ରେ ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ଦିବାରାତ୍ରୀ ଦିନିକିଆ ମ୍ୟାଚ୍‌ ଖେଳାଯିବ। ତେବେ ବହୁଦିନ ପରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଆନ୍ତର୍ଜାତିକ ମ୍ୟାଚ। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Comment