ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିକାଶର କୌଣସି ଦଳ ନଥାଏ। ପରସ୍ପର ସହ ମିଶି କାମ କରିବାକୁ ହେବ” ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି।

ପ୍ରଶାସିକାରୁ ରାଜନୀତିକୁ ଆସିଥିବା ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟକୁ ଯାଇ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିବା ଅପରାଜିତା ଷଡ଼ଙ୍ଗୀ କହିଥିଲେ।

“ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନଥିଲି। ତେଣୁ ଆଜି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଲି। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସୁନ୍ଦର ଏବଂ ସକାରାତ୍ମକ ଆଲୋଚନା ହେଲା। ଭୁବନେଶ୍ୱର ସାଂସଦ ଭାବେ ଯାହା ସହଯୋଗ ଦରକାର ପଡ଼ିବ, ମୁଁ ଦେବି ବୋଲି କହିଲି” ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି।

Comment