ଓଡ଼ିଶାଲାଇଭ୍ ବ୍ୟୁରୋ

୨୩ତମ ସେଞ୍ଚୁରି କ୍ଲବରେ ସାମିଲ ହୋଇଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା।

ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ ରୋହିତ ଶର୍ମା ଆଜି ଦମଦାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ରୋହିତ ୧୦ ଚୌକା ଓ ୨ ଛକା ବଳରେ ଏହି ଶତକ ହାସଲ କରିଛନ୍ତି। ଏହା ହେଉଛି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ରୋହିତଙ୍କ ୨୩ତମ ଶତକ।

ଦିନିକିଆ କ୍ରିକେଟରେ ୨୩ତମ ଶତକ ହାସଲ କରି ରୋହିତ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଗାଙ୍ଗୁଲି ଅନ୍ତର୍ଜାତୀୟ ଦିନିକିଆରେ ୨୨ତମ ଶତକ କ୍ଲବରେ ରହିଥିଲେ। ଏହି ରେକର୍ଡକୁ ଆଜି ଭାଙ୍ଗିଛନ୍ତି ରୋହିତ ଶର୍ମା।

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୨୨୭ ରନ୍ ସଂଗ୍ରହ କରିଥିଲା। ୨୨୮ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ୩ ୱିକେଟ ହରାଇବା ପରେ ରୋହିତ ଧୂଆଁଧାର ବ୍ୟାଟିଂ କରିଥିଲେ।

୧୨୮ ବଲ୍‌ର ସାମ୍ନା କରି ରୋହିତ ୧୦ ଚୌକା ଏବଂ ୨ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ସବୁଠୁ ଅଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ୩ ନମ୍ବର ସ୍ଥାନ ହାସଲ କରିଛନ୍ତି।

ସବୁଠୁ ଅଧିକ ଶତକ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ଦିନିକଆରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ୨୧, ସୌରଭ ଗାଙ୍ଗୁଲି ୨୨, ଶିଖର ଧାବନ ୧୬ ଏବଂ ବୀରେନ୍ଦ୍ର ସହୱାଗ ୧୫ଟି ଶତକ ହାସଲ କରିଥିଲେ।

Comment