ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ  ଜୁନ ୯ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ନବୀନ। ନିର୍ବାଚନ ଫଳାଫଳ ପରେ ମୋଦି ଓ ନବୀନଙ୍କର ଏହା ହେବ ପ୍ରଥମ ସାକ୍ଷାତକାର।

ଏହି ସାକ୍ଷାତକାରରେ ଫନି ସମ୍ପର୍କିତ ଏବଂ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ନବୀନ ମୋଦିଙ୍କ ସହ ଆଲେଚନା କରିପାରନ୍ତି। ମୋଦିଙ୍କ ଦିଲ୍ଲୀଗସ୍ତ ନେଇ ଗତ ସୋମବାର  ବିଜେଡି ସଂସଦୀୟ ଦଳ ନେତା ତଥା ବିଜେଡି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ସୂଚନା ଦେଇଥିଲେ।

ଜୁନ୍ ୮ ତାରିଖରେ ନବୀନ ଦିଲ୍ଲୀ ଗସ୍ତରେ ଯିବେ।

Comment