ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୋନିଙ୍କ ଗ୍ଲୋଭ୍‌ସରେ ରହିବନି ‘ବଳିଦାନ ପ୍ରତୀକ’। ବିଶ୍ୱକପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚରେ ଧୋନି ବଳିଦାନ ପ୍ରତୀକ ଗ୍ଲୋଭ୍‌ସ ପିନ୍ଧି ଖେଳିବେ କି ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଯଦି ଏହାକୁ ନମାନି ଧୋନି ଗ୍ଲୋଭ୍‌ସ ପିନ୍ଧି ଖେଳନ୍ତି, ତାହେଲେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଇସିସି ପକ୍ଷରୁ କୁହାଯାଇଛି।

ଜରିମାନା ବାବଦକୁ ତାଙ୍କୁ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଦେବାକୁ ହେବ। ଯଦି ତୃତୀୟ ଥର ପାଇଁ ପିନ୍ଧନ୍ତି ତେବେ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଏବଂ ଚତୁର୍ଥ ଥର ହେଲେ ୭୫ ପ୍ରତିଶତ ଜୋରିମନା ଦେବାକୁ ପଡ଼ିବ।

ବୁଧବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧୋନି ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ସେନାର ପ୍ରତୀକ ଲାଗିଥିବା ଗ୍ଲୋଭ୍‌ସ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଏହା ବଳିଦାନ ତଥା ତ୍ୟାଗର ପ୍ରତୀକ ଭାବେ ବେଶ୍ ପରିଚିତ। କିନ୍ତୁ ଏହି ଗ୍ଲୋଭ୍‌ସ ନପିନ୍ଧି ଖେଳିବାକୁ ଆଇସିସି ବିସିସିଆଇ କୁ ଅନୁରୋଧ କରିଥିଲେ। ହେଲେ ବିସିସିଆଇ ଧୋନିଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା।

ବଳିଦାନ ପ୍ରତୀକ ଥିବା ଗ୍ଲୋଭ୍‌ସ ପିନ୍ଧିବାକୁ ଧୋନିଙ୍କୁ ଅନୁମତି ଦେବା ଲାଗି ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ। କିନ୍ତୁ ବିସିସିଆଇର ଅପିଲକୁ ଖାରଜ କରିଥିଲେ ଆଇସିସି।

ବର୍ତ୍ତମାନ ଆଇସିସି ଏହାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଯଦି ଧୋନି ବଳିଦାନ ପ୍ରତୀକ ଥିବା ଗ୍ଲୋଭ୍ସ ପିନ୍ଧନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comment