ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶକୁ ୩୮୭ରନ୍‌ର ଟାର୍ଗେଟ ଦେଲା ଘରୋଇ ଇଂଲଣ୍ଡ ଟିମ୍‌।

ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ଶନିବାର ବାଂଲାଦେଶକୁ ଭେଟିଛି ଘରୋଇ ଇଂଲଣ୍ଡ ଟିମ୍‌। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନିର୍ଦ୍ଧାରତ ୫୦ ଓଭରରେ ୩୮୬ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ବାଂଲାଦେଶ ସାମ୍ନାରେ ୩୮୭ରନ୍‌ର ବିଜୟଲକ୍ଷ।

ଟସ୍‌ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ। ତେବେ ବ୍ୟାଟ୍‌ ଦରି ପଡ଼ିଆକୁ ଓହ୍ଲାଇଥିଲେ ଇଂଲଣ୍ଡର ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ଜସନ୍‌ ରୟ ଏବଂ ୱିକେଟ୍‌କିପର ଜନି ବେୟାରଷ୍ଟୋ। ମ୍ୟାଚ୍‌ ଆରମ୍ଭରୁ ହିଁ ଇଂଲଣ୍ଡର ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ବେୟାରଷ୍ଟୋ ୫୧ ରନ୍‌ କରି କ୍ୟାଚ୍‌ଆଉଟ୍‌ ହୋଇ ପାଭିଲିୟନକ୍‌ ଫେରିବା ପରେ ଜସନ୍‌ ରୟଙ୍କୁ ବାଂଲାଦେଶୀ ବୋଲର ରୋକି ପାରିନଥିଲେ। ୧୪ଟି ଚୌକା ଏବଂ ୫ଟି ଛକା ସହିତ ଜସନ୍‌ ୧୨୧ଟି ବଲ୍‌ ଖେଳି ୧୫୧ ରନ୍‌ ସଂଗ୍ରହ କରିଛନ୍ତି।

ଇଂଲଣ୍ଡ ଟିମ୍‌ ପକ୍ଷରୁ ଜୋଶ ବଟଲର୍‌(୬୪), ଇଅନ୍‌ ମୋର୍ଗନ(୩୫) ରନ୍‌ କରିଛନ୍ତି। ମ୍ୟାଚ୍‌ର ଶେଷ ଓଭରରେ ପ୍ଲଙ୍କେଟ୍‌ଙ୍କ ଚମତ୍କାର ବ୍ୟାଟିଂ(୪ ଚୌକା, ୧ ଛକା) ୯ ବଲ୍‌ରେ ୨୭ ରନ୍‌ ଇଂଲଣ୍ଡକୁ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ବାଂଲାଦେଶ ସାମ୍ନାରେ ୩୮୬ ରନ୍‌ର ଟାର୍ଗେଟ୍‌ ରଖିଛି ଟିମ୍‌ ଇଂଲଣ୍ଡ।

Comment