ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ୱିକେଟ କିପର୍ ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ଗ୍ଲୋଭ୍‌ସରେ ରହିବନି ‘ବଳିଦାନ ପ୍ରତୀକ’। ଆଜି ଏହା ବିସିସିଆଇକୁ ସ୍ପଷ୍ଟ କରିଦେଇଛନ୍ତି ଆଇସିସି। ଫଳରେ ବିସିସିଆଇ ଏବଂ ଧୋନିଙ୍କୁ ଝଟ୍‌କା ଲାଗିଛି।

ବୁଧବାର ଦିନ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଧୋନି ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ସେନାର ପ୍ରତୀକ ଲାଗିଥିବା ଗ୍ଲୋଭ୍‌ସ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଏହା ବଳିଦାନ ତଥା ତ୍ୟାଗର ପ୍ରତୀକ ଭାବେ ବେଶ୍ ପରିଚିତ। ଏହି ଗ୍ଲୋଭ୍‌ସ ଉପରେ ଦର୍ଶକଙ୍କ ନଜର ପଡ଼ିଥିଲା।

ଦେଶ ପ୍ରତି ରହିଥିବା ଧୋନିଙ୍କ ଭଲପାଇବାକୁ ପ୍ରଶଂସକମାନେ ଜୋରଦାର ସମର୍ଥନ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଆଇସିସି ଏହା ଉପରେ ଆପତ୍ତି ଉଠାଇଥିଲା। ଧୋନିଙ୍କ ଗ୍ଲୋଭ୍‌ସରୁ ଏହି ଚିହ୍ନ ହଟାଇବା ପାଇଁ ବିସିସିଆଇକୁ ଅନୁରୋଧ କରିଥିଲା ଆଇସିସି। ହେଲେ ବିସିସିଆଇ ଏବଂ ଧୋନିଙ୍କ ଫ୍ୟାନ୍‌ମାନେ ଏହି ବଳିଦାନ ପ୍ରତୀକ ଥିବା ଗ୍ଲୋଭ୍‌ସକୁ ସମର୍ଥନ କରିଥିଲେ। ଏହାକୁ ନେଇ ଆଜି ଦିନ ସାରା ଡ୍ରାମା ଚାଲିଥିଲା।

ବଳିଦାନ ବ୍ୟାଜ୍ ଥିବା ଗ୍ଲୋଭ୍‌ସ ପିନ୍ଧିବାକୁ ଧୋନିଙ୍କୁ ଅନୁମତି ଦେବା ଲାଗି ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ। କିନ୍ତୁ ଆଇସିସି ନିଜ ଜିଦରେ ଅଟଳ ରହିଛନ୍ତି। ଧୋନି ବଳିଦାନର ପ୍ରତୀକ ଗ୍ଲୋଭ୍‌ସ ପିନ୍ଧି ଖେଳି ପାରିବେ ନାହିଁ ବୋଲି ଆଇସିସି ବିସିସିଆଇକୁ ଜଣାଇ ଦେଇଛନ୍ତି।

Comment