ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଶନିବାର ପ୍ରଥମ ଥର ବିଦେଶ ଗସ୍ତ କରୁଛନ୍ତିା ଏହି ଗସ୍ତରେ ସେ ମାଳଦ୍ୱୀପ ଯାଉଛନ୍ତିା

ମାଳଦ୍ୱୀପରେ ପାର୍ଲାମେଣ୍ଟରେ ଉଦବୋଧନ ଦେବେ। ଏହା ସହିତ ଅନେକ ଦ୍ଵିପାକ୍ଷିକ ସମ୍ପର୍କ ବାବଦରେ ଦୁଇଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।  ମାଳଦ୍ଵୀପ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିବେ।

ସେହିପରି ମାଳଦ୍ୱୀପରୁ ରବିବାର ଶ୍ରୀଲଙ୍କା ଗସ୍ତ କରିବେ ମୋଦି।

ମାଳଦ୍ୱୀପ ଯିବା ପୂର୍ବରୁ ଶନିବାର କେରଳ ଗସ୍ତ କରିଛନ୍ତି। କେରଳରେ ପହଞ୍ଚି ମୋଦି ପ୍ରସିଦ୍ଧ ଗୁରୁବାୟୁରସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ମୋଦିଙ୍କ ଗସ୍ତ ନେଇ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛିା 

Comment